ଶୁଣିଲେନି ସରକାର, ସମୂହ ଇସ୍ତଫା ଦେଲେ ଅନୁଗୁଳ ଜିଲ୍ଲା ପ୍ରାଣୀ ଚିକିତ୍ସକ

You are currently viewing ଶୁଣିଲେନି ସରକାର, ସମୂହ ଇସ୍ତଫା ଦେଲେ ଅନୁଗୁଳ ଜିଲ୍ଲା ପ୍ରାଣୀ ଚିକିତ୍ସକ

ଅନୁଗୁଳ: ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ଆହ୍ୱାନ କ୍ରମେ ଆଜି ଅନୁଗୁଳ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଙ୍ଘର ସମାପ୍ତ ସଦସ୍ୟ ତଥା ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ ନିଜର ସମୂହ ସର୍ତ୍ତମୂଳକ ଇସ୍ତଫା ଅନୁଗୁଳ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ପ୍ରଦାନ କରିଛନ୍ତି। ସରକାରଙ୍କ ଚରମ ଉଦାସୀନତା ପ୍ରତିବାଦରେ ତଥା ବିଗତ ତିନିମାସ ମଧ୍ୟରେ ବାରମ୍ବାର ନିଜର ଦଶଦଫା ଦାବି ଜଣାଇବା ସତ୍ତ୍ୱେ ପ୍ରାଣୀ ଚିକିତ୍ସକମାନେ ବୀତସ୍ପୃହ ଏବଂ ଅତିଷ୍ଠ ହୋଇ ଏହି ଚରମ ପଦକ୍ଷେପ ନେଇଥିବା ଜଣାଇଛନ୍ତି।
ପୂର୍ବରୁ ଗତ ମେ’ ୧ ରୁ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ଡିଜିଟାଲ ବାକୋଟ କରି ପ୍ରାଣୀ ଚିକିତ୍ସା କାର୍ଯ୍ୟ କରି ରଖିଥିଲେ। କିନ୍ତୁ ସରକାର ବିଧିବଦ୍ଧ ଭାବେ ଆଲୋଚନାକୁ ନିମନ୍ତ୍ରଣ କରି ରାଜ୍ୟ ସରକାର ବରିଷ୍ଠ କର୍ମକର୍ତ୍ତାଙ୍କ ବିରୋଧରେ ଆକ୍ରୋଶ ମୂଳକ ପଦକ୍ଷେପ ନେବାରୁ ରାଜ୍ୟର ସମସ୍ତ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକଙ୍କ କ୍ୟାଡର ପୁନର୍ଗଠନ, ପ୍ରାଣୀ ଚିକିତ୍ସାଳୟରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇଦେବା, ଯଥେଷ୍ଟ ଔଷଧ ଯୋଗାଇଦେବା, ବିଭାଗକୁ ଜରୁରୀକାଳୀନ ସେବା ମଧ୍ୟରେ ଅନ୍ତର୍ଭୁକ୍ତ କରିବା ଓ ପ୍ରାଣୀ ଚିକିତ୍ସାଳୟରେ ନିରାପତ୍ତା, ସେବା ପ୍ରଦାନର କାର୍ଯ୍ୟ ନିର୍ବାହ ପ୍ରଦାନ ଇତ୍ୟାଦି ଦଶ ଦଫା ଦାବି ନେଇ ଆଗରୁ ଓଡ଼ିଶା ସରକାରଙ୍କୁ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ଆଜି ସମସ୍ତ ପ୍ରାଣୀ ଚିକିତ୍ସକ ସମୂହ ସର୍ତ୍ତମୂଳକ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ଅନୁଗୁଳ ଜିଲ୍ଲା ପ୍ରାଣୀ ଚିକିତ୍ସା ସେବା ସଙ୍ଘର ସମ୍ପାଦକ କେଶବ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Share

Leave a Reply