ଅନୁଗୁଳ: ସ୍ଥାନୀୟ ସଭା ଘରେ ଗ୍ଲେମର ଅଫ ଓଡ଼ିଶା ସିଜନ୍-୨ ୨୦୨୪ ଗତ ରବିବାର ଆୟୋଜିତ ହୋଇଯାଇଛି। ଏହି ଫେସନ୍ ‘ସୋ’ ର ସବ ଜୁନିଅର ବିଭାଗରେ ତାଳଚେର ଡିଏଭି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଦିବ୍ୟାଂଶି ନନ୍ଦ ବିଜେତା ହୋଇଛନ୍ତି। ଏଥିପାଇଁ ପ୍ରତିଯୋଗୀ ମାନଙ୍କୁ କଷ୍ଟ୍ୟୁମ୍, ନିଜକୁ ଉପସ୍ଥାପନ କରିବା ଶୈଳୀ ଏବଂ କ୍ୟାଟ ୱାକ ଆଦି କରିବାକୁ ପଡ଼ିଥିଲା।
ସମାରୋହରେ ସଂସ୍ଥାର ନିର୍ଦ୍ଦେଶକ ସୌମ୍ୟ ରଂଜନ ରାଉତଙ୍କ ସମେତ ଅତିଥି ଭାବେ ଶିକ୍ଷାବିତ୍ ଅଭୟ କୁମାର ସାହୁ,ସଞ୍ଜୀବ ସାମନ୍ତ ପ୍ରମୁଖ ଯୋଗ ଦେଇଥିବା ବେଳେ ସୁଭୋଜିତ୍ ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।
ବିଚାରକ ଭାବେ ଆୟାନା ରାଉତରାୟ ଏବଂ ମିନୁ ଭୋଇ ଯୋଗ ଦେଇଥିଲେ। ଦିବ୍ୟାଂଶି ଭବିଷ୍ୟତରେ ପୋଲିସ ଅଧିକାରୀ ହେବାକୁ ଲକ୍ଷ୍ୟ ରଖି ଥିବା ବେଳେ ଫେସନ୍ ଡ଼ିଜାଇନିଂକୁ ନିଶା କରିବେ ବୋଲି କହିଛନ୍ତି।
ଅନୁଗୁଳର ସୁଶାନ୍ତ କୁମାର ନନ୍ଦ ଏବଂ ମିନର୍ଭା ଦାଶଙ୍କ କନ୍ୟା ଦୀବ୍ୟାଂଶିଙ୍କ ଏହି ସଫଳତା ପାଇ ସ୍କୁଲ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।