ଅନୁଗୁଳ : ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଗୁରୁବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶିତ କରିଛନ୍ତି। ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରଜନୀକାନ୍ତ ସ୍ୱାଇଁ, ଉପଜିଲ୍ଲାପାଳ ବୈତୁରା ଦୀପ, ଜିଲ୍ଲା ନିର୍ବାଚନ ଅଧିକାରିଣୀ ମନୀଷା ଗୁପ୍ତା, ଡେପୁଟି କଲେକ୍ଟର ଅପରାଜିତା ଅମ୍ଲାନ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ। ପ୍ରକାଶିତ ଭୋଟର ତାଲିକାରେ ଯଦି କିଛି ତ୍ରୁଟି ଥାଏ ତେବେ ରାଜନୈତିକ ଦଳ ମାନେ ଅବଗତ କରାଇଲେ ପୁନର୍ବାର ସଂଶୋଧନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି।
ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ କଲେ ଜିଲ୍ଲାପାଳ
- Post published:January 5, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul