ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅନୁଗୁଳ ଓ ବଅଁରପାଳ ୨ଟି ବ୍ଳକ ପାଇଁ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଅନୁଗୋଳ ଷ୍ଟାଡିୟମରେ ହୋଇଥିଲା । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ବିତରଣ କେନ୍ଦ୍ର ପରିଦର୍ଶନରେ ଯାଇ ବିଭିନ୍ନ କାଉଣ୍ଟର ବୁଲି ଦେଖିଥିଲେ। ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା ଓ ସାମଗ୍ରୀ ବିତରଣ କାର୍ଯ୍ୟକୁ ତଦାରଖ କରିଥିଲେ । ସୂଚନା ଯେ, ଅନୁଗୁଳ ବ୍ଲକର ୪୭୪ଟି ବୁଥ୍ ପାଇଁ ୫୨୦ ଜଣ ପ୍ରିଜାଇଡିଂ ଅଫିସର ଓ ୧୦୪୦ ଜଣ ପ୍ରଥମ ଓ ଦ୍ବିତୀୟ ପୁଲିଂ ଅଫିସର ନିୟୋଜିତ ହୋଇଥିବା ବେଳେ ବଅଁରପାଳ ବ୍ଳକ ପାଇଁ ୪୭୧ଟି ବୁଥର ୫୨୦ ଜଣ ପ୍ରିଜାଇଡିଂ ଅଫିସର ଓ ୧୦୪୦ କଣ ପ୍ରଥମ ଓ ଦ୍ୱିତୀୟ ପୁଲିଂ ଅଫିସର ନିୟୋଜିତ ହୋଇଛନ୍ତି । ଏହଛଡା ପ୍ରତ୍ୟେକ ପୁଲିଂ ପାର୍ଟିରେ ଜଣେ ଲେଖାଏଁ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ବିଭିନ୍ନ କାଉଣ୍ଟରରେ ସାମଗ୍ରୀ ବିତରଣକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯାଇଥିଲା । ଅନୁଗୋଳ ବ୍ଲକ ପାଇଁ ନିର୍ବାଚନ ପରିଚାଳନା ତଦାରଖ କରିବା ନିମନ୍ତେ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୁଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଥିବା ବେଳେ ବଅଁରପାଳ ବ୍ଳକ୍ ପାଇଁ ନୋଡାଲ ଅଫିସର ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ପତିଙ୍କୁ ନିୟୋଜିତ କରାଯାଇଛି ।
ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
- Post published:February 15, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
