କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବ

You are currently viewing କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବ

ଅନୁଗୁଳ: କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଉପରେ ଲାଗିଥିବା ହାଇକୋର୍ଟ ରହିତାଦେଶ ଉଠିଯିବା ଫଳରେ ଏବେ ରାଜ୍ୟରେ ଏହି ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଗତ ବର୍ଷ ବିଏମସି ଏହି କାର୍ଯ୍ୟକ୍ରମ ଆରମ୍ଭ କଲାବେଳେ ଜଣେ ବ୍ୟକ୍ତି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରି ସୁପ୍ରିମ କୋର୍ଟର ଗାଇଡଲାଇନ ଅନୁସାରେ ଏହି କାର୍ଯ୍ୟକ୍ରମ ହେଉନାହିଁ ବୋଲି ଅଭିଯୋଗ ଆଣି ବାରୁ
କୋର୍ଟ ରହିତାଦେଶ ଜାରି କରିଥିଲେ। ଏହି ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ଏକ ମନିଟରିଙ୍ଗ କମିଟି ଗଠନ କରି ତାପରେ କୁକୁର ଧରିବା, ଟିକା ଦେବା,ବନ୍ଧ୍ୟାକରଣ କରିବା ଆଦି କାର୍ଯ୍ୟକ୍ରମ କରିବା କଥା।ଶେଷରେ ରାଜ୍ୟ ସରକାର ଏହି ନୀତି ଅନୂପାଳନ କରିବାକୁ ପ୍ରତିଶ୍ରୁତି ଦେବାରୁ କୋର୍ଟ ରହିତାଦେଶକୁ ଉଠାଇ ନେଇଛନ୍ତି।

ଓଡ଼ିଶାରେ ମହାରାଷ୍ଟ୍ର ପରେ ଦ୍ଵିତୀୟ ସର୍ବାଧିକ ବୁଲା କୁକୁର ରହିଥିବା କୁହାଯାଉଛି ଯାହାର ସଂଖ୍ୟା ପ୍ରାୟ ୧୭ ଲକ୍ଷ ହେବ। ଅନୁଗୁଳ ପୌରାଞ୍ଚଳ ମଧ୍ୟରେ ପ୍ରାୟ ଦୁଇ ହଜାର ବୁଲା କୁକୁର ଥିବା କୁହାଯାଉଛି। ଅନୁଗୁଳ କଲେଜ୍ ଛକ ନିକଟରେ ପ୍ରାୟ ୧୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଏବେ ଭୂତକୋଠୀରେ ପରିଣତ ହେବାକୁ ଯାଉଚି। ଅନୁଗୁଳ ସହରବାସୀଙ୍କୁ ବୁଲା କୁକୁର କାମୁଡ଼ାରୁ ରକ୍ଷା କରିବା ସହ ସେମାନଙ୍କ ବଂଶ ନିୟନ୍ତ୍ରଣ କରିବାପାଇଁ ଏହି ବନ୍ଧ୍ୟାକରଣ କେନ୍ଦ୍ର ନିର୍ମାଣ କରାଯାଇଛି। କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ବନ୍ଧ୍ୟାକରଣ କାମ ଆରମ୍ଭ ହୋଇପାରୁନାହିଁ। ଯାହାଫଳରେ କି ସଂପୃକ୍ତ କେନ୍ଦ୍ରଟି ଏବେ ଭୁତକୋଠୀ ରେ ପରିଣତ ହେବାକୁ ଯାଉଚି।ଅନୁଗୁଳ ଡାକ୍ତରଖାନାର ଏକ ରିପୋର୍ଟ ଅନୁସାରେ ଗତ ମାସ ବୁଲା କୁକୁର କାମୁଡ଼ାରେ ପୀଡିତ ହୋଇ ପ୍ରାୟ ୬୦୦ ଜଣ ଏଆରଭି ଇଞ୍ଜେକସନ ନେଇଛନ୍ତି। ଏପରିକି ଦୈନିକ ୧୫ ରୁ ୨୦ ଲୋକ ନୂଆ କାମୁଡ଼ାର ଶିକାର ହୋଇ ଡାକ୍ତରଖାନା ଆସୁଛନ୍ତି। ଏମାନଙ୍କ ସଂଖ୍ୟା ପ୍ରତି ବର୍ଷ ବଢ଼ିବାରେ ଲାଗିଚି। ବୁଲା କୁକୁରଙ୍କ ଯୋଗୁଁ ଦୈନିକ ଦୁର୍ଘଟଣା ମଧ୍ୟ ଘଟୁଛି। ଆନିମଲ ବାର୍ଥ କଣ୍ଟ୍ରୋଲ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆରମ୍ଭ ହେଲେ ସହରବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।

Share

Leave a Reply