ଦୋଳଯାତ୍ରା ଓ ହୋଲି ପାଇଁ କଟକଣା

0

ଅନୁଗୁଳ: କରୋନାର ଲେଉଟାଣିକୁ ନେଇ ଭୟ ବଢ଼ିଛି । ଯଦିଓ ଅନୁଗୁଳରେ ଏବେ ସଂକ୍ରମଣ ନିୟନ୍ତ୍ରଣାଧିନ ରହିଛି, କରୋନାର ଦ୍ବିତୀୟ ଲହରିକୁ ଦୃଷ୍ଟିରେ ରଖି ସତର୍କତା ସ୍ବରୂପ ଆଗାମୀ ଦୋଳଯାତ୍ରା ଓ ହୋଲି ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଅର୍ଥାତ ଗତବର୍ଷ କରୋନା ମାଡ଼ରେ ସମସ୍ତ ପାର୍ବଣ ଫିକା ପଡ଼ିବା ଭଳି ଆଗାମୀ ଦୋଳ ପୂର୍ଣ୍ଣିମା ଓ ହୋଲି ମଧ୍ୟ ନିରାଡ଼ମ୍ବର ହେବ । ଦୋଳ ପୂର୍ଣ୍ଣିମାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଏମିତିକି ଜନଗହଳି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ହୋଲିକୁ ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ପାଳନ ନକରି ଘରେ ପରିବାର ଲୋକ ସହ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମର ଉଲ୍ଲଂଘନ ହେଲେ ଉଲ୍ଲଘନକାରୀଙ୍କ ବିରୁଦ୍ଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସ୍ ବିବୃତି ମାଧ୍ୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!