ଫଳ ପଚାଇବା ପାଇଁ କାର୍ବାଇଡକୁ ବ୍ୟାନ୍ କଲା ଏଫଏସଏସଏଆଇ

You are currently viewing ଫଳ ପଚାଇବା ପାଇଁ କାର୍ବାଇଡକୁ ବ୍ୟାନ୍ କଲା ଏଫଏସଏସଏଆଇ

ଅନୁଗୁଳ: ଆଜିକାଲି ଆମ୍ବ,ପଣସ,କଦଳୀ ଆଦି ଫଳକୁ ଶୀଘ୍ର ପଚାଇବା ପାଇଁ କିଛି ଅସାଧୁ ଫଳ ବେପାରୀ କ୍ୟାଲସିୟମ କାରବାଇଡ କୁ ବ୍ୟବହାର କରୁଛନ୍ତି।ତେବେ ଏହା ବିଷାକ୍ତ ହୋଇଥିବାରୁ ଭାରତର ଖାଦ୍ୟ ମାନ ଯାଞ୍ଚ କରୁଥିବା ସର୍ବୋଚ୍ଚ ସଂସ୍ଥା ଏଫଏସଏସଏଆଇ ଏହାକୁ ଵ୍ୟାନ କରିଛି।

କାର୍ବାଇଡରୁ ଆସିଟିଲିଁନ୍ ଗ୍ୟାସ୍ ବାହାରିଥାଏ ଯାହାକି ମଣିଷର ସ୍ନାୟୁ,ଚର୍ମ ଉପରେ ବହୁତ୍ କୁପ୍ରଭାବ ପକାଇଥାଏ।ତେଣୁ କେନ୍ଦ୍ର ସରକାର କାରବାଇଡର ଅପବ୍ୟବହାର ଉପରେ କଟକଣା ଜାରି କରିଛନ୍ତି। ଅନ୍ୟପକ୍ଷରେ ଏଫଏସଏସଏଆଇ ଏଥିଲିଁନ୍ ହର୍ମୋନକୁ ଫଳ ପଚାଇବାରେ ବ୍ୟବହାର କଲେ ବିଶେଷ କ୍ଷତି ନାହିଁ ବୋଲି କହିଛି। ତେଣୁ ଏବେ ଆମ୍ବ ଋତୁରେ ଗ୍ରାହକଙ୍କୁ ସତର୍କ ହେବାକୁ ପଡ଼ିବ ।

Share

Leave a Reply