ଡା ପ୍ରଭାତ ପଣ୍ଡା ହେଲେ ଆଇଏମ୍ଏ ରାଜ୍ୟ ସଭାପତି

You are currently viewing ଡା ପ୍ରଭାତ ପଣ୍ଡା ହେଲେ ଆଇଏମ୍ଏ ରାଜ୍ୟ ସଭାପତି

ଅନୁଗୁଳ: ଡା ପ୍ରଭାତ କୁମାର ପଣ୍ଡା ଭାରତୀୟ ଚିକିତ୍ସକ ସଂଘ ବା ଆଇଏମ୍ଏର ରାଜ୍ୟ ସଭାପତି ଭାବେ ୨୦୨୩-୨୪ ବର୍ଷ ପାଇଁ ମନୋନୀତ ହୋଇଛନ୍ତି। ଡା ପଣ୍ଡା ଏହାପୂର୍ବରୁ ଆଇଏମ୍ଏ ତାଳଚେର- ଳଅନୁଗୁଳ ଓ ପରେ ଅନୁଗୁଳ ଶାଖାର ସମ୍ପାଦକ ଭାବେ କାର୍ଯ୍ୟ କରି ଆସିଥିଲେ।

ସେ ରୋଟାରୀ କ୍ଳବ୍ ଅନୁଗୁଳ ରୟାଲର ଚାର୍ଟର ସଭାପତି ରୂପେ ଦାୟିତ୍ଵ ତୁଲାଇଥିଲେ।ନିକଟରେ ରାଉରକେଲା ଠାରେ ଭାରତୀୟ ଚିକିତ୍ସକ ସଂଘର ବାର୍ଷିକ ସମାରୋହ ଅବସରରେ ଡା ପଣ୍ଡା ରାଜ୍ୟ ସଭାପତି ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟରେ ଥିବା ଡ଼ାକ୍ତର ମାନଙ୍କ ସମସ୍ୟା ଦୂର କରିବା ସହ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ର ରେ ଆଇଏମ୍ଏର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ କିଭଳି ନିର୍ବାହ କରାଯିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି ଡା ପଣ୍ଡା ପ୍ରକାଶ କରିଛନ୍ତି ।

Share

Leave a Reply