ବିଜେପି ପାଳିଲା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

You are currently viewing ବିଜେପି ପାଳିଲା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ନେତୃବୃନ୍ଦ ଯୋଗଦେଇ ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ଡ. ମୁଖାର୍ଜୀ ଭାରତର ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ ଶିକ୍ଷାବିତ, ପ୍ରଖର ରାଷ୍ଟ୍ରବାଦୀ, ଭାରତୀୟ ଜନସଂଘର ସଂସ୍ଥାପକ ତଥା ଆମ୍ଭର ପଥ ପଦର୍ଶକ ବୋଲି ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଚିର ଅମର ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Share

Leave a Reply