ବିଜେପି ପ୍ରତିଷ୍ଠାତା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

You are currently viewing ବିଜେପି ପ୍ରତିଷ୍ଠାତା ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଅନୁଗୁଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ କରାଯାଇଛି। ୧୯୫୧ ମସିହାରେ ସେ ଭାରତୀୟ ଜନ ସଂଘ ପ୍ରତିଷ୍ଠା କରିଥିଲେ, ଯାହା ପରେ ଭାରତୀୟ ଜନତା ପାର୍ଟିକୁ ରୂପାନ୍ତରିତ ହୋଇଥିଲା।

ଆଜି ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ରାଷ୍ଟ୍ରବାଦୀ ବ୍ୟକ୍ତିତ୍ବଙ୍କ ପାଇଁ ଭାରତୀୟ ଜନତା ପାର୍ଟି ଗଠନ ହୋଇ ପାରିଛି ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ବରିଷ୍ଠ ନେତା ଦିଲ୍ଲୀପ କୁମାର ପ୍ରଧାନ ଓ ଦିଲ୍ଲୀପ ଦାସ, ବସନ୍ତ ମଞ୍ଜରୀ ପ୍ରଧାନ, ଅମୀୟ ତ୍ରିପାଠୀ, ବିଶ୍ୱଜିତ ମିଶ୍ର, ରୋଜାଲିନ ଦାସ, ରାଜେଶ ଜିନ୍ଦଲ, ଚନ୍ଦ୍ରକାନ୍ତ ଧଳ, ସମୀର ପରିଡାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Share

Leave a Reply