ପୌରପାଳିକାକୁ ଆସିଲା ଡ୍ରେନ ଡିସିଲ୍ଟିଙ୍ଗ ମେସିନ

You are currently viewing ପୌରପାଳିକାକୁ ଆସିଲା ଡ୍ରେନ ଡିସିଲ୍ଟିଙ୍ଗ ମେସିନ

ଅନୁଗୁଳ: ଏଣିକି ଡ୍ରେନରେ ଆବର୍ଜନା ଭର୍ତ୍ତି ହେଲେ କି ପଙ୍କ କାଢ଼ିବାକୁ ହେଲେ ଝାଡୁଦାରଙ୍କୁ କୋଡ଼ି ଫାଉଡ଼ା ଧରି ଆଉ ଝାଳ ନାଳ ହେବାକୁ ପଡିବ ନାହିଁ। ରାଜ୍ୟ ସରକାର ଅନୁଗୁଳ ପୌରପାଳିକାକୁ ଯୋଗାଇ ଦେଇଛନ୍ତି ଦୁଇ ଦୁଇଟି ଡ୍ରେନ ଡିସିଲିଟିଂ ମେସିନ ବା ପଙ୍କ କଢା ମେସିନ।

ଅନୁଗୁଳ ପୋରପାଳିକା ମଧ୍ୟରେ ଥିବା ପ୍ରାୟ ୩୫ କିମି ଲମ୍ବର ଡ୍ରେନ ସବୁରୁ ଅଳ୍ପ ସମୟ ମଧ୍ୟରେ ଏହି ମେସିନ ଦ୍ବାରା ପଙ୍କ ଏବଂ ଆବର୍ଜନା କଢ଼ା ଯାଇ ପାରିବ। ଅନୁଗୁଳ ପୌରପାଳିକାକୁ ପ୍ରଥମ ଥର ପାଇଁ ଏହି ମେସିନ ଯୋଗାଇ ଦିଆ ଯାଇଛି। ଖୁବ୍ ଶୀଘ୍ର କର୍ମଚାରୀଙ୍କୁ ତାଲିମ ଦିଆଯାଇ ଏହାକୁ କାମରେ ଲଗାଯିବ ।

Share

Leave a Reply