ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରକ୍ତଦାନ ଶିବିର, ୨୧୧ ୟୁନିଟ୍ ରକ୍ତ ସଂଗୃହୀତ

You are currently viewing ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରକ୍ତଦାନ ଶିବିର, ୨୧୧ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୨୧୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।

ଶିବିରକୁ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ ଉଦଘାଟନ କରିବା ସହ ନିଜେ ମଧ୍ୟ ରକ୍ତ ଦାନ କରିଥିଲେ। ଏ ଅବସରରେ ସେ ଡ୍ରାଇଭରଙ୍କୁ ନିଶାଠାରୁ ଦୂରେଇ ରହି ଗାଡିଚାଳନା କରିବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧିକାରୀ ଘନଶ୍ୟାମ ବେହେରା, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ବନ୍ତଳା ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ସେପ୍ଟେମ୍ବର ୧ ତାରିଖକୁ ସରକାରୀ ମାନ୍ୟତା ରୂପେ ଡ୍ରାଇଭର ଦିବସ ଭାବେ ଘୋଷଣା କରିବାକୁ ବିଧାୟକଙ୍କୁ ଡ୍ରାଇଭର ସଦସ୍ୟ ଅବଗତ କରାଇଥିଲେ।
କାର୍ଯ୍ୟକ୍ରମରେ ଅନୁଗୁଳ ବ୍ଲକର ସଭାପତି ରବିନ୍ଦ୍ର କୁମାର ସାହୁ, ଉପଦେଷ୍ଟା ବଳରାମ ସାହୁ, ସମ୍ପାଦକ ଲଳିତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ରୋହିତ ବେହେରା, ସହ ସମ୍ପାଦକ ବିକାଶ ମହାରଥୀଙ୍କ ସହ ଅନୁଗୁଳ ବ୍ଲକର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ।

Share

Leave a Reply