ଅନୁଗୁଳ: ଅନୁଗୁଳ ପୌରପାଳିକା ମଧ୍ୟରେ ଡ୍ରେନ ମାଷ୍ଟର ପ୍ଲାନ୍ ତିଆରି ପାଇଁ ସର୍ଭେ କାମ ଆରମ୍ଭ ହୋଇଛି।ହଲଦିଆକଟା ବନ୍ଧ ନିକଟରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଛି।ଅନୁଗୁଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଦାୟିତ୍ଵ ନେଇଥିବା ଇକୋମେଟ୍ରିକ୍ସ ସଂସ୍ଥା ତାର କାମ ଆରମ୍ଭ କରିଥିଲା।
ଏଠାରେ ସୂଚନା ଯୋଗ୍ୟ ଯେ, ଅନୁଗୁଳ ପୌରପାଳିକାର କେତେକ ଅଂଶରେ ଲୋକେ କୋଠା ବାଡି ନିର୍ମାଣ ବେଳେ ତାମଡ଼ା ପ୍ଲାନ୍ ଉଲ୍ଲଂଘନ କରି ନିର୍ମାଣ କାର୍ଯ୍ୟ କରିଥିବାରୁ ଡ୍ରେନ ବ୍ୟବସ୍ଥାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରାଯାଇପାରିନାହିଁ। ଫଳରେ ବର୍ଷା ଦିନ ସେସବୁ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଥାଏ। ଏ ସମସ୍ୟା ଦୂର ପାଇଁ ଅନୁଗୁଳ ବିଧାୟକ ପ୍ରସଙ୍ଗଟିକୁ ବିଧାନ ସଭାରେ ଉପସ୍ଥାପନ କରିବା ସହ ଅନୁଗୁଳରେ ଡ୍ରେନେଜ୍ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପ୍ରାୟ ୯ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଇଥିଲେ।ଏବେ ଏହାର ଚୁଡାନ୍ତ ରୂପରେଖ ପାଇଁ ରାଜ୍ୟ ସରକାର କୋଟିଏ ଟଙ୍କା ମଞ୍ଜୁର କରାଯାଇଛି। ଏହି ଅର୍ଥରେ ସମ୍ପୂର୍ଣ୍ଣ ଡ୍ରେନ ପ୍ଲାନ୍ ତିଆରି ହେବ।ବଡ଼ ବଡ଼ ଏହି ସବୁ ଡ୍ରେନ ନିର୍ମାଣ ବେଳେ ଯେଉଁ ବ୍ୟକ୍ତି କିମ୍ବା ବିଲଡର ଯଦି ଯାଗା ଜବରଦଖଲ କରିଥାନ୍ତି ତେବେ ତାହା ଉଚ୍ଛେଦ କରାଯିବ ବୋଲି ଜଣାପଡିଛି।