ହୁ ହୁ ହୋଇ ଜଳିଲା ଅନୁଗୁଳ ସଭା ଘର ପାଖରେ ଥିବା ଗଛ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

You are currently viewing ହୁ ହୁ ହୋଇ ଜଳିଲା ଅନୁଗୁଳ ସଭା ଘର ପାଖରେ ଥିବା ଗଛ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସଭାଘର ନିକଟରେ ଥିବା ଏକ ଶୁଖିଲା ଗଛ ଆଜି ରାତି ନଅଟା ବେଳେ  ହଠାତ୍ ଜଳିବାକୁ ଲାଗିଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ସ୍ଥାନୀୟ ଲୋକ କିଛି ବୁଝିବା ଆଗରୁ ଅର୍ଦ୍ଧାଧିକ ଗଛ ଜଳିଯାଇଥିଲା।
ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସ୍ଥାନୀୟ ଲୋକଙ୍କ ସୂଚନା ପାଇ ବିଦ୍ୟୁତ ବିଭାଗ ବିଦ୍ୟୁତ ସରବରାହ କାଟି ଦେଇଥିବାରୁ ଅଧିକ କ୍ଷୟକ୍ଷତି ହୋଇନାହିଁ। କିନ୍ତୁ ଏବେ ଯାଏଁ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ଜଣାଯାଇଛି।

Share

Leave a Reply