ଶୁଖିଲା ଗଛ ବାଟୋଇଙ୍କ ପାଇଁ ବିପଦ

You are currently viewing ଶୁଖିଲା ଗଛ ବାଟୋଇଙ୍କ ପାଇଁ ବିପଦ

ଅନୁଗୁଳ: ଅନୁଗୁଳ ସହର ଭିତରେ ବର୍ଷା ଦିନ ପୂର୍ବରୁ କେବଳ ବିଜୁଳି ବିଭାଗ ପକ୍ଷରୁ ରାସ୍ତାକଡ ଡାଳ କଟା ଅଭିଯାନ ଦେଖିବାକୁ ମିଳୁଛି। କିନ୍ତୁ ଅନେକ ସ୍ଥାନରେ ଶୁଖିଲା ଗଛ ରହିଛି ଯାହା ବାଟୋଇଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଅନୁଗୁଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ମିଶ୍ରପଡା ଛକ ଆଡକୁ ଗଲାବେଳେ ଡାହାଣ ପାର୍ଶ୍ୱରେ ଦୁଇଟି ଏଭଳି ଶୁଖିଲା ଗଛ ଅଛି ଯାହା ବାଟୋଇ ମାନଙ୍କ ପ୍ରତି ଢେର ବିପଦ ସୃଷ୍ଟି କରୁଛି। କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଜିଲ୍ଳା ପ୍ରଶାସନ ଏହାର ପ୍ରତିକାର ସ୍ୱରୂପ ଗଛ ଦୁଇଟିକୁ
କାଟି ଦେବାକୁ ଦାବି ହେଉଛି।

Share

Leave a Reply