୨୬ ଯାଏଁ କୋହଲା ପାଗ

0

ଅନୁଗୁଳ: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା । ଭୁବନେଶ୍ବର, ଅନୁଗୁଳ ସମେତ ସୋନପୁର, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡା, ବାରିପଦା, ଚାନ୍ଦବାଲି ଏବଂ ବାଲେଶ୍ବର ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଏଥିପାଇଁ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରାଯାଇଛି । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର,ମୟୁରଭଞ୍ଜ ଏବଂ ଢେ଼ଙ୍କାନାଳ ଜିଲ୍ଲାକୁ ସତର୍କତା କରିଛି ପାଣିପାଗ ବିଭାଗ । ଅନୁଗୁଳ ପାଇଁ ସେହିପରି କିଛି ସୂଚନା ନାହିଁ। କିନ୍ତୁ ଏହାର ପ୍ରଭାବରେ ଆସନ୍ତା ୨୬ ଯାଏଁ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ରହିବା ସହ ବର୍ଷା ହୋଇପାରେ । ୨୪ ଏବଂ ୨୫ରେ ରେ ରାଜ୍ୟର ଅନେକ ସ୍ଥାନରେ କୁହୁଡି ଦେଖାଦେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.

error: Content is protected !!