ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନେକ ସାପ୍ତାହିକ ହାଟରେ ବିଭିନ୍ନ ନକଲି ସାମ୍ରଗୀର କାରବାର ବୃଦ୍ଧି ପାଇଛି। ବିଶେଷ କରି ଭେଜାଲ୍ ତେଜରାତି ସାମଗ୍ରୀ, ମସଲା, ତେଲ ଆଦି ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସହରାଞ୍ଚଳ ଦୋକାନ ଗୁଡ଼ିକରେ ନବିକି ସାପ୍ତାହିକ ହାଟକୁ ଟାର୍ଗେଟ୍ କରୁଛନ୍ତି ଏହି ଭେଜାଲ୍ ବେପାରୀ। ଶସ୍ତାରେ ଜିନିଷ ଦେଇ ଏମାନେ ଲୋକଙ୍କୁ ଜହର ବିକୁଥିବା ଅଭିଯୋଗ ହେଉଛି। ଜିରା, ସୋରିଷ, ଲଙ୍କାଗୁଣ୍ତ, ହଳଦୀ, ବିଭିନ୍ନ ପ୍ରକାରର ଖାଇବା ତେଲ, ପ୍ରସାଧାନ ସାମଗ୍ରୀ, ଗୋଲମରିଚ, ଗୁଜୁରାତି, ବାରମଜା ସବୁକିଛି ଏଠି ଭେଜାଲ୍ ଏବ˚ ନିମ୍ନମାନର। ଏହି ସବୁ ସାମଗ୍ରୀକୁ ଯାଞ୍ଚ ପାଇଁ କାହାରି ଆନ୍ତରିକତା ନାହିଁ। ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗତ ୨ ଦିନ ଧରି ଅନୁଗୁଳର ବିଭିନ୍ନ ହୋଟେଲ୍ ଜଳଖିଆ ଦୋକାନ ଉପରେ ଚଢ଼ଉ କରାଯାଉଛି ସତ କିନ୍ତୁ ସେମାନେ କେବଳ ଏହି ଚଢ଼ାଉ କରି ଫୁଡ୍ ଲାଇସେନ୍ସ ଆବେଦନ କରିବାପାଇଁ ପ୍ରବର୍ତ୍ତାଇବା ଛଡ଼ା ଅନ୍ୟ କିଛି କରୁନାହାନ୍ତି। ଫଳରେ ସହରର ବିଭିନ୍ନ ବିରିୟାନି ସେଣ୍ଟର ଏବ˚ ଫାଷ୍ଟଫୁଡ୍ ଷ୍ଟଲ୍ରେ ନିମ୍ନମାନର ସସ୍, ର˚ଗ ଏବ˚ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ କରାଯାଇ ଖିଲାପି ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି ହେଉଛି।
ହାଟରେ ମିଳୁଛି ନକଲି ସାମଗ୍ରୀ, ଯାଞ୍ଚ ପାଇଁ ସମୟ ନାହିଁ
- Post published:January 11, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
