ଦୁର୍ଗା ଫର୍ଣ୍ଣିଚରରେ ଜିଏସ୍‌ଟି ଚଢ଼ଉ

0

ଅନୁଗୁଳ: ସ୍ଥାନୀୟ ହେମସରପଡ଼ାରେ ଥିବା ଦୁର୍ଗା ଫର୍ଣ୍ଣିଚରରେ ଶୁକ୍ରବାର ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିଛି। ମଧ୍ୟାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ଚଢାଉ ଚାଲିଥିଲା। ଦୋକାନରେ ଥିବା ଷ୍ଟକ, ବିଲ ଓ ଅନ୍ୟାନ କାଗଜପତ୍ର ଯାଞ୍ଚ କରାଯାଇଛି। ତେବେ ଏଥିରୁ କ’ଣ ମଳିଛି ତାହା ସ୍ପଷ୍ଟ ହୋଇନି। ଜିଏସଟି ଠକେଇ ସନ୍ଦେହରେ ଏହି ଚଢାଉ କରାଯାଇଥିଲାବେଳେ ଚଢାଉ ଶେଷ ହେଲା ପରେ ଏ ସଂପର୍କରେ ତଥ୍ୟ ମିଳିପାରି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.

error: Content is protected !!