ବିଦାୟ ନେଲେ ମା ମହିଷାମର୍ଦ୍ଦିନୀ: ବାଜା ବାଣରେ କମ୍ପିଲା ସହର

You are currently viewing ବିଦାୟ ନେଲେ ମା ମହିଷାମର୍ଦ୍ଦିନୀ: ବାଜା ବାଣରେ କମ୍ପିଲା ସହର

ଅନୁଗୁଳ : ଅନୁଗୁଳରେ ଶାରଦୀୟ ପାର୍ବଣ ଦୁର୍ଗାପପୂଜା ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହୋଇଛି।କେନ୍ଦ୍ରୀୟ ପୂଜା କମିଟିର ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଭାଷାଣି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଅପରାହ୍ନ ସାଢ଼େ ବାରଟା ସମୟରେ ମୃଣ୍ମୟୀ ମୂର୍ତି ଗୁଡିକୁ ସୁସଜ୍ଜିତ ଗାଡ଼ିରେ ବସାଇ ଶୋଭାଯାତ୍ରା ଆରମ୍ଭ କରିଥିଲେ।ସିଙ୍ଗ ବାଜା, ଢୋଲ ବାଜା, ଘଣ୍ଟା-ଘଣ୍ଟ-ଶଙ୍ଖ-କାହାଳୀ ଓ ମିଉଜିକାଲସର ଭିଡ ଭିତରେ ପୂଜା କମିଟିର ସଦସ୍ୟ ମାନେ ନାଚି ନାଚି ଶୋଭାଯାତ୍ରାକୁ ନେଇ ନଗର ପରିକ୍ରମା କରିଥିଲେ।

ଝିପି ଝିପି ବର୍ଷାକୁ ଖାତିର ନ କରି ରାସ୍ତାରେ ହଜାର ହଜାର ଲୋକ ଶୋଭାଯାତ୍ରାକୁ ଉପଭୋଗ କରିବା ସହ ଦେବୀଙ୍କ ଦର୍ଶନ ଟିକେ ପାଇବା ପାଇଁ ଭିଡ ଜମାଇଥିଲେ। ଅମଲାପଡା, ସିମିଳିପଡା, ହେମସୁରପଡା,
ବସ ଷ୍ଟାଣ୍ଡ, ଦୁର୍ଗା ଶଙ୍କର ବଜାର, ହୁଲୁରିସିଙ୍ଗା ପୂଜା କମିଟି ଗୁଡିକର ସାଜସଜ୍ଜା, ଭସାଣି ଶୋଭାଯାତ୍ରା ବେଶ ଚିତ୍ତାକର୍ଷକ ହୋଇଥିଲା।ଶୋଭାଯାତ୍ରା ନଗରପରିକ୍ରମା କରିବା ପରେ ମଦନ ମୋହନ ପଡ଼ା ନିକଟରେ ଥିବା ଅସ୍ଥାୟୀ ପୁଷ୍କରିଣୀରେ ଦେବୀଙ୍କୁ ବିସର୍ଜନ କରାଯାଇଥିଲା

Share

Leave a Reply