ଜାତୀୟ ପ୍ରଶିକ୍ଷଣ ଶିବିରରେ ଭାଗ ନେଇ ଫେରିଲେ ଅନୁଗୁଳ ରୋଟାରୀ ପବ୍ଲିକ ସ୍କୁଲର ସ୍କାଉଟ୍ ମାଷ୍ଟର ଦୁଷ୍ମନ୍ତ ନାଥ, ଚାରି ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ
ଅନୁଗୁଳ: ଏପ୍ରିଲ ୧୫ରୁ ମେ ୨୧ ଯାଏଁ ମଧ୍ୟ ପ୍ରଦେଶର ପଞ୍ଚମାରି ଠାରେ ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ହିମାଳୟ ଉଡ୍ ବ୍ୟାଚ ଜାତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସର୍ବ ଭାରତୀୟ ସ୍ତରରୁ ୮୦ ଜଣ ସ୍କାଉଟ୍ ମାଷ୍ଟର ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୭ ଜଣ ଭାଗ ନେଇଥିବା ଅନୁଗୁଳ ଜିଲ୍ଲାର ରୋଟାରୀ ପବ୍ଲିକ ସ୍କୁଲର ସ୍କାଉଟ୍ ମାଷ୍ଟର ଦୁଷ୍ମନ୍ତ କୁମାର ନାଥ ମଧ୍ୟ ଅଂଶ ଗ୍ରହଣ କରିଥିଲେ।
ସେ ଫେରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ, ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ଭିକାରୀ ବନ୍ଧୁ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡ଼ନାୟକ, ରୋଟାରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଶୋକ କୁମାର ବେହେରା ପ୍ରମୁଖ ଶ୍ରୀ ନାଥଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।