ଭୁବନେଶ୍ୱର/ଅନୁଗୁଳ: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର, ଅଫିସ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ କରାଯାଇଛି।
ତାଙ୍କ ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଥିବା ଥ୍ରୀ ବିଏଚକେ ଫ୍ଲାଟ, ବାରଙ୍ଗ ପାଟପୁରରେ ଥିବା ଥ୍ରୀ ବିଏଚକେ ଫ୍ଲାଟ, ଯାଜପୁର ଜିଲ୍ଲା ଧର୍ମଶାଳାର ବ୍ରହ୍ମବରାଦରେ ଥିବା ପୈତୃକ ଘର, ମହାନଦୀ ବିହାର ନୟାବଜାରରେ ଥିବା ୬୨୦୦ବର୍ଗ ଫୁଟର ତିନି ମହଲା ଘର, ଧର୍ମଶାଳା ବ୍ରହ୍ମ ବରଦାରେ ଥିବା ଦୁଇ ମହଲା କୋଠା ରେ ଚଢ଼ଉ କରାଯାଇଛି।
ଏ ଅବସରରେ ତାଙ୍କର ଭୁବନେଶ୍ଵରରେ ସାତୋଟି ଫ୍ଲାଟ୍ ଥିବା ସୂଚନା ମିଳିଛି। ଏଥିସହ ୧୦ଟି ଫ୍ଲାଟ୍, ୭୦୩.୩୮ ଗ୍ରାମ ସୁନା, ୮୬୯ ଗ୍ରାମ ରୁପା, ବ୍ୟାଙ୍କ୍, ଇନ୍ସୁ ରାନସ୍, ପୋଷ୍ଟାଲ ଡିପୋଷିଟ ୭୦.୫୫ ଲକ୍ଷ ଟଙ୍କା, ଗୋଟିଏ କାର ଓ ଦୁଇଟି ମୋଟର ସାଇକେଲ ଯାହାର ମୂଲ୍ୟ ୨୦.୮୮ ଲକ୍ଷ ରହିଛି।
ପ୍ରକାଶ ଯେ ସରୋଜକାନ୍ତ ମହାନ୍ତି ଅନୁଗୁଳରେ ଆଗୁରୁ ଉପଜିଲ୍ଲାପାଳ ଥିଲେ।


