ଅନୁଗୁଳ: ସଦର ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଚାଳଛପର ଘର ଜଳିଯାଇଛି। ସୂଚନା ମୁତାବକ, ସୁବର୍ଣ୍ଣପୁର ଗ୍ରାମର କିଛି ଲୋକଙ୍କ ଚାଳ ଘର ଏବଂ ଗୁହାଳ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଥିବା ଦେଖି ଲୋକେ ଅନୁଗୁଳ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ ପାଖାପାଖି ୮ ଟି ଚାଳ ଘର ଏବଂ ଗୁହାଳ ଘର ଜଳି ଯାଇଥିବା ବେଳେ ଗୋଟିଏ ବାଛୁରିର ମୃତ୍ୟୁ ହୋଇଛି।
ସୁବର୍ଣ୍ଣପୁରରେ ଅଗ୍ନିକାଣ୍ଡ: ଜଳିଗଲା ୮ ଗୋଟି ଚାଳ ଏବଂ ଗୁହାଳ ଘର
- Post published:March 7, 2026
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
Tags: Angul


