ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

You are currently viewing ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଗୁରୁତର। ଗୁରୁତର ଜଣକ ହେଲେ ଅନୁଗୁଳ ଜିଲ୍ଲା ତେଲକୋଇ ବ୍ଲକ ନୂଆଡିହ ଗ୍ରାମର ବନମାଳୀ ନାୟକ(୭୦)।

ବନମାଳୀ ଏକ ସାଇକେଲ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ପାଳଲହଡ଼ା ଟାଉନରୁ ଗାଁକୁ ଯିବା ବେଳେ ମୁକ୍ତାପୁର ମନ୍ଦିର ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବନମାଳୀ ଗୁରୁତର ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାଳଲହଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଛି।

Share

Leave a Reply