ରକ୍ତ ଦେବାକୁ ଯାଇଥିଲେ … ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧାଙ୍କ ବ୍ୟାଗ୍ ଚୋରି

You are currently viewing ରକ୍ତ ଦେବାକୁ ଯାଇଥିଲେ … ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧାଙ୍କ ବ୍ୟାଗ୍ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ଜଣେ ବୃଦ୍ଧାଙ୍କଠାରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଚୋରିର ଶିକାର ହୋଇଥିବା ବୃଦ୍ଧା ହେଲେ ହଣ୍ଡପା ଥାନା ସଲଣ୍ଡା ଗାଁର ସୁମିତ୍ରା ଦେହୁରୀ (୫୫)।

ସୂଚନା ମୁତାବକ, ସୁମିତ୍ରାଙ୍କ ଦେହ ଭଲ ନ ଥିବାରୁ ଆଜି ସକାଳେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରକ୍ତ ପରୀକ୍ଷା କରିବାକୁ ଆସିଥିଲେ। ସେ ରକ୍ତ ଦେବାକୁ ଯାଇଥିବା ବେଳେ ନିକଟରେ ଥିବା ଏକ ଚୌକିରେ ତାଙ୍କ ବ୍ୟାଗ୍ ରଖିଥିଲେ। କିନ୍ତୁ ରକ୍ତ ଦେଇ ସାରି ଫେରିବା ବେଳକୁ ଆଉ ସେଠାରେ ବ୍ୟାଗ୍ ନଥିଲା। ତାଙ୍କ ବ୍ୟାଗରେ ୧୨ ହଜାର ଟଙ୍କା ସହ ୧ ଭରି ସୁନା ଥିଲା ବୋଲି ସୁମିତ୍ରା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏତେ ସୁରକ୍ଷା କର୍ମୀ ଥିଲେ ମଧ୍ୟ କେମିତି ବ୍ୟାଗ୍ ଚୋରି ହେଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

Share

Leave a Reply