ସମାଧାନ ହେଉନି ଲାଇନ ସମସ୍ୟା: ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧିଲେ ଗାଁ ଲୋକ

You are currently viewing ସମାଧାନ ହେଉନି ଲାଇନ ସମସ୍ୟା: ବିଦ୍ୟୁତ କର୍ମଚାରୀଙ୍କୁ ବାନ୍ଧିଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ବିଦ୍ୟୁତ୍ କର୍ମଚାରୀଙ୍କୁ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୪-୫ ଦିନ ହେଲା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ଥିଲା। ତେଣୁ ଗାଁ ଲୋକେ ବିଦ୍ୟୁତ୍ କର୍ମଚାରୀଙ୍କୁ ଯୋଗାଯୋଗ କରିବାରୁ ସେମାନେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାକୁ କହିଥିଲେ।

ଗ୍ରାମବାସୀ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିବାରୁ ନମ୍ବର ଲାଗି ନଥିଲା। ଫଳରେ ଗ୍ରାମବାସୀମାନେ ରାଗି କି ଥିଲେ। ଆଜି ବିଦ୍ୟୁତ୍ କର୍ମଚାରୀ ମାନେ ମିଟର ରିଡ଼ିଂ କରିବା ପାଇଁ ଆସିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ। ଖବର ପାଇ ଜେଇ, ଏସଡ଼ିପିଓ ଏବଂ ସଦର ପୋଲିସ୍ ପହଞ୍ଚି ବୁଝା ସୁଝା କରିବା ପରେ ଗ୍ରାମବାସୀ କର୍ମଚାରୀଙ୍କୁ ଛାଡ଼ି ଦେଇଥିଲେ।

Share

Leave a Reply