ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ବନ୍ତଳା ରେଞ୍ଜ କନ୍ତମେଘ ଗାଁର ରମେଶ ଦେହୁରୀ ବୋଲି ଜଣାଯାଇଛି।
ସୂଚନା ମୁତାବକ, ରମେଶ ଆଜି ଭୋରରୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ରମେଶଙ୍କ ମୃତ୍ୟୁକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବନ ବିଭାଗ ଓ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।