ହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ, ଗାଁରେ ଉତ୍ତେଜନା

You are currently viewing ହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ, ଗାଁରେ ଉତ୍ତେଜନା

ଅନୁଗୁଳ: ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଜଣେ ମହିଳାଙ୍କୁ ମାରିଛି। ମୃତା ମହିଳା ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)।

ସୂଚନା ମୁତାବକ, ଆଜି ସକାଳୁ ବିଜୁଳି ଆମ୍ବ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ବାରମ୍ବାର ହାତୀ ଯୋଗୁ ଜୀବନ ଯାଉଥିବାରୁ ତଳଗଡ଼ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରକାଶ ଯେ ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ବନ୍ତଳାରେ ହାତୀ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

Share

Leave a Reply