ଅନୁଗୁଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାଷୋଳ ନିକଟବର୍ତ୍ତୀ ଠେଙ୍ଗା ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଯେ, ଗା ର ନାରାୟଣ ନାଏକ ଏବଂ ରମେଶ ନାଏକ ରବିବାର ଅପରାହ୍ନରେ ବିଲରୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ସେ ଦୁହିଁଙ୍କୁ ଧରି ଫିଙ୍ଗିଦେବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।