ରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା, ଚାଉଳ ଖାଇବା ସହ କଲା ବ୍ୟାପକ କ୍ଷୟକ୍ଷତି

You are currently viewing ରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା, ଚାଉଳ ଖାଇବା ସହ କଲା ବ୍ୟାପକ କ୍ଷୟକ୍ଷତି

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ରେଞ୍ଜରେ ହାତୀଙ୍କ ଦୌରାତ୍ମ୍ୟ କମିବାର ନାଁ ଧରୁନି। ଜନବସତି ଆଡ଼କୁ ମାଡ଼ି ଆସୁଥିବା ହାତୀଙ୍କୁ ଘଉଡ଼ାଇବାରେ ବନ ବିଭାଗ ପୂରାପୂରି ବିଫଳ ହୋଇଛି। ଫଳରେ କେତେବେଳେ ହାତୀପଲ ଆସି କାହା ଘର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଘରୁ ଚାଉଳ ନେଇ ଖାଇବା ସହ ନଷ୍ଟ କରୁଛନ୍ତି।

ଗତକାଲି ମଧ୍ୟ ସମାନ ଘଟଣା ବନ୍ତଳା ରେଞ୍ଜ କଂଜା ଗ୍ରାମରେ ଘଟିଛି। କାଲି ରାତି ପ୍ରାୟ ୧୨ଟା ବେଳେ ଗାଁର ଅନ୍ତର ଦେହୁରୀ (୫୫) ଙ୍କ ଘରେ ପଶି ହାତୀପଲ ଚାଳ ଛପର ଘର ଭାଙ୍ଗିଦେଇଛନ୍ତି। ଘରେ ସମସ୍ତେ ଶୋଇଥିବା ବେଳେ ହାତୀ ପଛପଟୁ ଆସି ଗୋଟିଏ କାନ୍ଥ ଭାଙ୍ଗି ଘରେ ପଶିଥିଲା। ଘରେ ଥିବା ଚାଉଳ ୨ ବସ୍ତା ଖାଇବା ସହିତ ଭାତ ହାଣ୍ଡି ଓ ଅନ୍ୟ ଆସବାବ ପତ୍ର ଫିଙ୍ଗି ନଷ୍ଟ କରିଛି।

ହାତୀ ଘଉଡ଼ାଇବାକୁ ଅନ୍ତରଙ୍କ ବନ ବିଭାଗକୁ ଫୋନ କରିଥିଲେ। କିନ୍ତୁ ବନ କର୍ମଚାରୀ ଫୋନ କରିବାର ଏକ ଘଣ୍ଟା ପରେ ପହଞ୍ଚିଥିଲେ। ଏଣୁ ଅନ୍ତର ବହୁତ କ୍ଷତି ସହିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

Share

Leave a Reply