ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ, ଦନ୍ତା ଦଳି ଦେବାରୁ ଜଣେ ମୃତ

You are currently viewing ବନ୍ତଳା ବନାଞ୍ଚଳରେ ପୁଣି ହାତୀ ଆତଙ୍କ, ଦନ୍ତା ଦଳି ଦେବାରୁ ଜଣେ ମୃତ

ଅନୁଗୁଳ: ସ୍ଥାନୀୟ ବନ୍ତଳା ବନାଞ୍ଚଳରେ ଆଜି ହାତୀ ଆକ୍ରମଣରେ ପୁଣି ଜଣଙ୍କ ଜୀବନ ଯାଇଛି। ବନ ବିଭାଗର ଅବହେଳା ଯୋଗୁଁ ଦନ୍ତା ହାତୀ ଗାଁ ଭିତରେ ପଶି ଦିନ ବେଳେ ମଧ୍ୟ ଲୋକଙ୍କୁ ଆକ୍ରମଣ କରି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରୁଛି। ଆଜି ପୂର୍ବାହ୍ନରେ ହାତୀ ଆକ୍ରମଣରେ ଅରାଡିହ ଗ୍ରାମର ଅରୁଣ ପ୍ରଧାନ(୫୫)ଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ପ୍ରଧାନ ନିଜ ବଗିଚାରେ ବାଉଁଶ ବାଡ଼ ଦେଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।ଖବର ଲେଖା ହେବା ପର୍ଯ୍ୟନ୍ତ ସେଠାରେ ବନ ବିଭାଗ କିମ୍ବା ପୋଲିସ ପହଞ୍ଚି ନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଗତ ୬ ତାରିଖରେ ହମାମିରା ଗ୍ରାମର ଜଣଙ୍କର ଦନ୍ତା ଆକ୍ରମଣରେ ମୃତ୍ୟୁ ହୋଇଛି।

Share

Leave a Reply