ଅନୁଗୁଳରେ ହାତୀ ଆତଙ୍କ, ପଲ ପଲ ଦନ୍ତା ପଶି ଉଜାଡ଼ି ଦେଉଛନ୍ତି କ୍ଷେତ ବାଡ଼ି

You are currently viewing ଅନୁଗୁଳରେ ହାତୀ ଆତଙ୍କ, ପଲ ପଲ ଦନ୍ତା ପଶି ଉଜାଡ଼ି ଦେଉଛନ୍ତି କ୍ଷେତ ବାଡ଼ି

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼, ରଙ୍କାସିଂହା, ତଳମୂଳ, ଫୁଲପଡା ଅଞ୍ଚଳରେ ଗତ କିଛି ଦିନ ହେବ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ହାତୀ ପଲ ଫସଲ ସହ ବାଡ଼ି ବଗିଚା ନଷ୍ଟ କରୁଛନ୍ତି। ଫଳରେ ଲୋକମାନେ ଭୟରେ ସମୟ କାଟୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ ବିଭାଗ ଦୃଷ୍ଟି ଦେଉନାହିଁ।ଫଳରେ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହାତୀ ଭୟରେ ଲୋକମାନେ ରାତିରେ ଶୋଇ ପାରୁ ନାହାଁନ୍ତି। ସେହିପରି ଧାନ ରୋଇବାକୁ ମଧ୍ୟ ଡରରେ ବିଲକୁ ଯାଇପାରୁ ନଥିବା ଅଭିଯୋଗ କରିଛନ୍ତି। ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Share

Leave a Reply