ଅନୁଗୁଳ: କୋଇଲା ନଗରୀ ତାଳଚେରରେ ଏବେ ହାତୀ ଆତଙ୍କ ଲୋକଙ୍କ ଧନ ଜୀବନ ନଷ୍ଟ କରୁଛି। ୧୭ ଦିନ ହେବ ଜଙ୍ଗଲୀ ହାତୀ ପଲ ତାଳଚେରର କଙ୍କିଲି, କାକୁଡି, ସଇନାଳି, ଧରମପୁର ସୀମାନ୍ତ, ହରିହରପୁର୍, କିଶୋରୀପାଳ, ଭେରୁବନିଆ ଆଦି ଗ୍ରାମରେ ଧାନ ଫସଲ ନଷ୍ଟ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।
ବନ ବିଭାଗ ପକ୍ଷରୁ ହାତୀ ପଲଙ୍କୁ ନଦୀ ପାର କରେଇ ଦେଉଥିବା ବେଳେ ନଦୀ ସେପଟ ଅଞ୍ଚଳରେ ସେମାନେ ଫସଲ ନଷ୍ଟ କରୁଛନ୍ତି। ଏଣୁ ସେପଟ ଚାଷୀ ହାତୀ ପଲକୁ ଘଉଡାଇ ଦେଉଛନ୍ତି। ଫଳରେ ହାତୀ ପଲ ପୁଣି ତାଳଚେରର ଗ୍ରାମାଞ୍ଚଳରେ ପଶି ଖାଦ୍ୟ ଅନ୍ୱେଷଣ କରିବା ପାଇଁ ଯାଉଥିବା ବେଳେ ଫସଲ ନଷ୍ଟ କରି ଦେଉଛନ୍ତି। ଏଥିସହ ଘର ଭାଙ୍ଗୁଥିବାରୁ ଲୋକେ ଆତଙ୍କିତ ଅଛନ୍ତି।