ଗାଁରେ ପଶିଲେ ଜଙ୍ଗଲୀ ହାତୀପଲ, ଲୋକେ ଭୟଭୀତ

You are currently viewing ଗାଁରେ ପଶିଲେ ଜଙ୍ଗଲୀ ହାତୀପଲ, ଲୋକେ ଭୟଭୀତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ମହିଧରପୁର ଗାଁକୁ ଆଜି ସକାଳୁ ଏକ ହାତୀ ପଲ ପଶି ଆସିଛନ୍ତି। ଫଳରେ ଗାଁ ଲୋକେ ଭୟଭୀତ ଅଛନ୍ତି। ଏହି ହାତୀ ପଲରେ ଗୋଟିଏ ଦନ୍ତା ସମେତ ଛୋଟ ବଡ଼ ମିଶାଇ ୬ଟି ହାତୀ ରହିଥିବା ନେଇ ଗାଁ ଲୋକେ ସୂଚନା ଦେଇଛନ୍ତି। ରାତିରେ ଖାଦ୍ୟ ଅନ୍ୱେଷଣରେ ଆସି ଗାଁରେ ଏହି ହାତୀପଲ ରହି ଯାଇଥିବା କୁହାଯାଉଛି। ଏ ନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଜଣାଯାଇଛି।

Share

Leave a Reply