ଅନୁଗୁଳ: ଅନୁଗୁଳସ୍ଥିତ ଜୁଡିଓ ସୋରୁମ୍ ରେ ଆଜି ସନ୍ଧ୍ୟାରେ ଲିଫ୍ଟ ଅଟକିଯିବାରୁ ଅପ୍ରୀତିକର ପରିସ୍ଥିତି ଉପୁଜୁଥିଲା।
ସୂଚନା ମୁତାବକ, ସନ୍ଧ୍ୟା ସାଢ଼େ ୮ ଟା ବେଳେ ସୋରୁମ୍ ଭିତରେ ଥିବା ଲିଫ୍ଟରେ ୮ ଜଣ ମହିଳା ଓ ପୁରୁଷ ପାଖାପାଖି ୪୦ ମିନିଟ ଫସି ରହିଥିଲେ। ଲିଫ୍ଟରେ ୮ ଜଣ ୧ ନମ୍ବର ହଲରୁ ୨ ନମ୍ବର ହଲ୍ ଯାଉଥିଲେ। ଲିଫ୍ଟ ୨ ନମ୍ବର ହଲ୍ ହେବା ପରେ ହଠାତ୍ ତଳକୁ ଆସିଥିଲା। ଅଧା ବାଟରେ ଲିଫ୍ଟ ରହି ଯିବାରୁ ଭିତରେ ଥିବା ୮ ଜଣ ଭୟଭୀତ ହୋଇପଡ଼ିଥିଲେ। ପାଖାପାଖି ୪୦ ମିନିଟ୍ ଧରି ଲୋକ ଲିଫ୍ଟରେ ଫସି ରହିଥିବା ଜଣାଯାଇଛି। ତେବେ ଏହି ସମୟ ଭିତରେ ଜଣେ ବୟସ୍କ ବ୍ୟକ୍ତି ଅଣନିଶ୍ୱାସୀ ହୋଇ ପଡ଼ିଥିଲେ। ଅନ୍ୟମାନେ ତାଙ୍କୁ ପାଣି ପିଆଇ ସାଷ୍ଟାଙ୍ଗ କରିଥିଲେ ବୋଲି ଲିଫ୍ଟରୁ ବାହାରିବା ପରେ ଜଣେ ଗ୍ରାହକ କହିଛନ୍ତି।
ଅନ୍ୟପଟେ ସୋରୁମ୍ ମ୍ୟାନେଜର କହିଛନ୍ତି, ଗ୍ରାହକମାନେ ଅଳ୍ପ ସମୟ ଫସିଥିଲେ। ତେବେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ଟାଉନ ଥାନା ପୋଲିସ ପହଞ୍ଚି ଥିବା ସୂଚନା ମିଳିଛି।