ଅନୁଗୁଳର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

You are currently viewing ଅନୁଗୁଳର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ତଥା ହୋଟେଲ ଶାନ୍ତିର ପରିଚାଳନା ନିର୍ଦ୍ଦେଶକ ଶଙ୍କରାଚାର୍ଯ୍ୟ ପ୍ରଧାନଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା। ପୁଅ,ଝିଅ ଏବଂ ସଂପର୍କୀୟ ମାନେ ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଗତ କିଛି ମାସ ହେବ କିଡନୀ ଏବଂ ଅନ୍ୟାନ୍ୟ ସମସ୍ୟାରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବା ସହ ସେ କୋମାକୁ ଚାଲିଯାଇଥିଲେ।

ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ସୋମବାର ଅପରାହ୍ନରେ ଏଆର ଆମ୍ବୁଲାନ୍ସ ଯୋଗେ ଜିନ୍ଦଲ ଏୟାର ପୋର୍ଟ ଦେଇ ଅନୁଗୁଳ ସ୍ଥିତ ବାସଭବନକୁ ଅଣାଯାଇଥିଲା। ରାତି ୧୧ ଟା ୧୫ ରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ସ୍ବର୍ଗତ ପ୍ରଧାନ ବସ୍ ଷ୍ଟାଣ୍ଡ ପୂଜା କମିଟିର ସଭାପତି, ଲାୟନସ୍ କ୍ଳବ୍ ଏବଂ ହୋଟେଲ ଶିଳ୍ପ ସହିତ ଜଡିତ ଥିଲେ। ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

Share

Leave a Reply