ଭାରତ ବିକାଶ ପକ୍ଷରୁ ପରିବେଶ ଦିବସ

You are currently viewing ଭାରତ ବିକାଶ ପକ୍ଷରୁ ପରିବେଶ ଦିବସ

ଅନୁଗୁଳ: ଭାରତ ବିକାଶ ପରିଷଦ ପକ୍ଷରୁ କରଡ଼ାଗାଡିଆ ଅନ୍ତର୍ଯ୍ୟାମୀ ଗୁରୁକୁଳ ଏକାଡେମୀ ରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯିବା ସହ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।ପରିଷଦରnସଭାପତି ଶିକ୍ଷାବିତ୍ ଶାନ୍ତନୁ କୁମାର ସର ଯୋଗ ଦେଇ ସଂପ୍ରତି ସବୁଜ କୋଠରୀ ପ୍ରଭାବ ଯୋଗୁଁ ପରିବେଶ କିଭଳି ନଷ୍ଟ ହେଉଛି ତାହା ବର୍ଣ୍ଣନା କରିଥିଲେ।ବ୍ୟାପକ ବୃକ୍ଷ ରୋପଣ ଦ୍ବାରା ହିଁ ପରିବେଶ ର ପ୍ରକୃଷ୍ଟ ସୁରକ୍ଷା ହୋଇପାରିବ ବୋଲି ଶ୍ରୀ ସର ପ୍ରକାଶ କରିଥିଲେ।

ଏହାଛଡା ପରିଷଦର ସମ୍ପାଦକ ବିଜୟ ମୋଦି ଏବଂ ସ୍କୁଲ ପରିଚାଳକ ଅନିରୁଦ୍ଧ ଦାସ ପ୍ରଦୂଷଣ ର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ।ହୃଦାନନ୍ଦ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିବାବେଳେ ମନ୍ମଥ ଦାସ,ଭରତ ଗଡ଼ନାୟକ,ପ୍ରମୋଦ ନାୟକ,ସୁରେଶ ଶାହା,ସ୍ମିତା ପଟ୍ଟନାୟକ, ସରୋଜିନୀ ଦେଇ,ଦିଲୀପ ଅଗ୍ରୱାଲ, ଅରୁଣୀ ମିଶ୍ର,ରମେଶ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Share

Leave a Reply