ଅବକାରୀ ଚଢ଼ାଉ, ୨ ଗିରଫ

You are currently viewing ଅବକାରୀ ଚଢ଼ାଉ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ମଙ୍ଗଳବାର ଜରପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଏଥିରେ ୩୩ ଲିଟର ଦେଶୀମଦ ଜବତ କରାଯିବାସହ ୨ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଯେ, ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପରା ଗାଁ ମୁଣ୍ଡିଆସାହିର ସୁବଳ ପ୍ରଧାନ(୨୦)ଙ୍କ ଘରେ ଚଢ଼ାଉ କରାଯାଇ ୧୮ଲିଟର ଦେଶୀମଦ ଜବତ କରାଯାଇଛି। ସେହିଭଳି ଦୁର୍ଗାପୁର କୋଡ଼ାସାହିର ସନ୍ତୋସିନୀ ପଧାନ(୨୦)ଙ୍କ ଘରେ ଚଢ଼ାଉ କରାଯାଇ ୧୫ ଲିଟର ଦେଶୀମଦ ଜବତ କରାଯାଇଛି। ୨ଟି ମାମଲା ରୁଜୁକରାଯାଇ ଉଭୟଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।

Share

Leave a Reply