ଜରପଡାରେ ଅବକାରୀ ଚଢ଼ାଉ, ୬ ଗିରଫ

You are currently viewing ଜରପଡାରେ ଅବକାରୀ ଚଢ଼ାଉ, ୬ ଗିରଫ

ଅନୁଗୁଳ: ଜିଲ୍ଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦେଶରେ ଆଜି ଅନୁଗୁଳ ଅବକାରୀ ସଦର ୧ ଏବଂ ୨ ମୋବାଇଲ ସ୍କ୍ୱାର୍ଡ ଓ ସଦର ରେଞ୍ଜ ପକ୍ଷରୁ ଜରପଡା ଥାନା ଅନ୍ତର୍ଗତ କଞ୍ଜରା ମୁଣ୍ଡାସହି, ତୁବେ ମୁଣ୍ଡାସାହି, ପରା, କନ୍ଧ କୋରଡ଼ା ଆଦି ଅଞ୍ଚଳରେ ଚଢ଼ାଉ କରାଯାଇ ୧୫୪ ଲିଟର ଦେଶୀ ମଦ ଜବତ କରାଯାଇଛି।

ଏହି ମାମଲାରେ ଅବକାରୀ ବିଭାଗ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ଅବକାରୀ ନିରୀକ୍ଷକ କୌଶଲ୍ୟା ଜେନା ଓ ଶମ୍ଭୁ ପ୍ରସାଦ ନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା।ଦୀର୍ଘଦିନ ହେବ ଏ ଅଞ୍ଚଳରେ ଚୋରା ମଦ କାରବାର ନେଇ ଅଭିଯୋଗ ହେଉଥିଲା।

Share

Leave a Reply