ଅବକାରୀ ବିଭାଗକୁ ବଡ଼ ସଫଳତା: ୬୦୦ ଲିଟର ମଦ ସହ ଗାଡି ଜବତ

You are currently viewing ଅବକାରୀ ବିଭାଗକୁ ବଡ଼ ସଫଳତା: ୬୦୦ ଲିଟର ମଦ ସହ ଗାଡି ଜବତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ସହ ଏକ କାର ଓ ବାଇକ ଜବତ କରାଯାଇଛି। ପରଜଙ୍ଗ ଠାରୁ ତାଳଚେରକୁ ପରିବହନ କରା ଯାଉ ଥିବାବେଳେ ଏକ କାର (ଓଡ଼ି୦୨-ସିଜେ-୦୭୮୦) ସହ ୫୪୦ ଲିଟର ମଦ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛନ୍ତି। ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁଙ୍କ ଦ୍ଵାରା ଏହି ମାମଲା ଚିହ୍ନଟ ହୋଇଛି। ଏନେଇ ପିଆର୍ ନମ୍ୱର ୪୬/୨୪-୨ ୫ରେ ଏକ ମାମଲା ରୁଜୁ କରାଯାଇଛି।

ସେହିପରି ଅନ୍ୟ ଏକ ମାମଲାରେ ଏକ ହିରୋ ଡିଲକ୍ସ ବାଇକ୍ (ଓଡି୧୯-ଏ- ୪୫୧୫) ଯୋଗେ କନ୍ଧବେରେଣିରୁ ତାଳଚେରକୁ ପରିବହନ କରାଯାଉଥିବା ୯୦ ଲିଟର ମଦକୁ ଜବତ କରାଯାଇଛି। ସମ୍ପୃକ୍ତ ବାଇକ୍ କୁ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଭାରପ୍ରାପ୍ତ ଅଧିକାରୀ ହଟିଆ ବେହେରାଙ୍କ ଦ୍ଵାରା ପିଆର ନମ୍ୱର ୧୦୧/୨୫-୨୫ ରେ ଏକ ମାମଲା ରୁଜୁ କରାଯାଇଛି।

Share

Leave a Reply