ଅନୁଗୁଳ: ଅନୁଗୁଳ ସହରର ଶିମିଳିପଡ଼ାରେ ଥିବା ଏକ ନର୍ସିଂ ହୋମ ରେ ଶନିବାର ଜଣେ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ସୂଚନା ଅନୁଯୟୀ, ବନ୍ତଳା ଥାନା ଅନ୍ତର୍ଗତ କଲେଇପଦା ଗାଁ ର ଅଭୟ ସାହୁଙ୍କ ପୁଅ ସନ୍ତୋଷ ସାହୁ ଜଙ୍ଘ ଓ ପେଟରେ ଯନ୍ତ୍ରଣାହେତୁ ନର୍ସିଂ ହୋମରେ ଶୁକ୍ରବାର ଭର୍ତ୍ତି ହୋଇଥିଲେ। ତେବେ ଶନିବାର ତାଙ୍କ ସ୍ବାସ୍ଥ୍ୟ ବିଗିଡି ଥିଲା। ରକ୍ତ ସର୍କରାର ମାତ୍ରା ଅଧିକ ହୋଇଯାଇଥବା ବେଳେ ରକ୍ତଚାପ କମି ଯାଇଥିଲା। ତାଙ୍କୁ କିଛି ଇଞ୍ଜେକ୍ସନ ଓ ଔଷଧ ଦିଆଯାଇଥିଲା। ଏସବୁ ସତ୍ତ୍ୱେ ସନ୍ତୋଷଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। କିନ୍ତୁ ସନ୍ତୋଷଙ୍କ ପରିବାର ଲୋକ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଶେଷରେ ସନ୍ତୋଷ ଙ୍କ ପରିବାର ଲୋକେ ଆପୋଷ ବୁଝାମଣା କରି ଶବକୁ ନେଇ ଘରକୁ ଫେରିଥିଲେ।
ନର୍ସିଂ ହୋମରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା
- Post published:May 21, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul