ଟିକା ପାଇଁ ସ୍ଥାନ ପରିବର୍ତ୍ତନକୁ ନେଇ ଉତ୍ତେଜନା

You are currently viewing ଟିକା ପାଇଁ ସ୍ଥାନ ପରିବର୍ତ୍ତନକୁ ନେଇ ଉତ୍ତେଜନା

ଅନୁଗୁଳ: କୋଭିଡ୍ ଟିକାକରଣ କେନ୍ଦ୍ର ପରିବର୍ତ୍ତନକୁ ନେଇ ଗୁରୁବାର ଅନୁଗୁଳ ବ୍ଲକ ବାଳୁଆକଟାରେ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ଉତ୍ୟକ୍ତ ଲୋକେ ଟିକା ନେଉଥିବା ଗାଡିକୁ ଅଟକାଇ ଦେଇଥିଲେ। ପରେ ତହସିଲଦାର ଓ ପୁଲିସ ଲୋକଙ୍କୁ ବୁଝାସୁଝା କରି ଟିକାକରଣ କେନ୍ଦ୍ରରେ ଟିକା ନେଉଥିବା ଗାଡ଼ିକୁ ପହଞ୍ଚାଇବା ପରେ ଟିକାକରଣ ଆରମ୍ଭ ହୋଇଥିଲା। ସୂଚନା ଅନୁସାରେ, ଗୁରୁବାର ବାଳୁଅକଟା ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ଟିକା ଦେବା ପାଇଁ ସ୍ଥିର ହୋଇଥିଲା। ଏଥିନେଇ ଜିଲ୍ଲାପାଳଙ୍କ ଟ୍ଵିଟର ଆକାଉଣ୍ଟରେ ସୂଚନା ଦିଆଯାଇଥିଲା। ତେବେ ଏହା ପୂର୍ବରୁ ବାଳୁଆକଟା ପଞ୍ଚାୟତ କାର୍ଯ୍ୟାଳୟରେ ଟିକାକରଣ ହେବ ବୋଲି କୁହାଯାଇଥିଲା। ପାଖାପାଖି ଘଣ୍ଟାଏ ପରେ ଏଥିରେ ପରିବର୍ତ୍ତନ କରାଯାଇ ପଞ୍ଚାୟତ କାର୍ଯ୍ୟାଳୟ ପରିବର୍ତ୍ତେ ପ୍ରାଥମିକ ବିଦ୍ୟାଳୟରେ ଟିକା ଦିଆଯିବ ବୋଲି ସୂଚନା ଦିଆଯାଇଥିଲା। ତେବେ ଟିକାନେଇ ଗାଡି ଆସିବା ବେଳକୁ ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅପେକ୍ଷା କରି ରହିଥିଲେ। ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟରେ ଟିକା ଦେବା ପାଇଁ ସୂଚନା ଦିଆଯାଇଥିବାରୁ ଏଠାରେ ଟିକା ଦିଆଯାଉ ବୋଲି ଦାବି କରିଥିଲେ। କିନ୍ତୁ କେନ୍ଦ୍ର ପରିବର୍ତ୍ତନ କଥା କର୍ମଚାରୀମାନେ କହିବା ସହ ବିଦ୍ୟାଳୟରେ ଟିକାକରଣ ହେବ ବୋଲି କହିଥିଲେ। ଏହାକୁ ଲୋକମାନେ ବିରୋଧ କରିବା ସହ ଗାଡ଼ି ଛାଡ଼ି ନ ଥିଲେ। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଅନୁଗୁଳ ତହସିଲଦାର ବିମଳ ଚନ୍ଦ୍ର ଲେଙ୍କା, ସଦର ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଶେଷରେ ପ୍ରାଥମିକ ବିଦ୍ୟାଳୟରେ ହିଁ ଟିକା ଦିଆଯାଇଥିଲା।

Share

Leave a Reply