ଅନୁଗୁଳ: ସ୍ଥାନୀୟ ବଳରାମପ୍ରସାଦସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ରେ ନବନିର୍ମିତ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବା ପରେ ବିଭିନ୍ନ ପଦପଦବୀରେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ପଦାରେ ପଡ଼ି ଦାଣ୍ଡରେ ଗଡ଼ୁଛି।ବିଶେଷକରି ନର୍ସିଂ ଅର୍ଡରଲି ପଦବୀରେ ନକଲି ଅଭିଜ୍ଞତା ପ୍ରମାଣ ପତ୍ର ଦେଇଥିବା ପ୍ରାର୍ଥୀଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଇ ସେମାନଙ୍କୁ ନିଯୁକ୍ତି ଦେଇ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତିରୁ ବଞ୍ଚିତ କରିଛନ୍ତି।
ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୨ ତାରିଖ ଦିନ ଇଣ୍ଟରଭ୍ୟୁ କରି ୨୩ ରେ ଚଞ୍ଚକତା କରି ଏଠାରେ ୮ଜଣକୁ ନିଯୁକ୍ତି କରାଇଥିଲେ। ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ଓ ଗୋଟିଏ ପରିବାରର ୨ ଭାଇଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନିଯୁକ୍ତି କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗକାରୀ ନ୍ୟାୟ ଦାବିରେ ଧାରଣା ଦେଇଛନ୍ତି। ଏଥିରେ ଇଏସଆଇସିର ଚୟନ କମିଟିର ସମସ୍ତ ସଦସ୍ୟ, ମୁଷ୍ଟିମେୟ ଅଫିସର ଓ କିରାଣୀ ସଂପୃକ୍ତ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ନିଯୁକ୍ତିର ଭିଜିଲାନ୍ସ ତଦନ୍ତ ପାଇଁ ଧାରଣାକାରୀ ଦାବି କରିଛନ୍ତି।
ନର୍ସିଂ ଓ ପାରାମେଡିକାଲ ଠିକା କର୍ମଚାରୀ ନିଯୁକ୍ତିରେ ଚଞ୍ଚକତା, ଭିଜିଲାନ୍ସ ତଦନ୍ତ ଦାବିରେ ଗଣଧାରଣା
