ଅନୁଗୁଳ: ଅନୁଗୁଳ ଜିଲ୍ଲା ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାରେ ହେଉଥିବା ବିଭିନ୍ନ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ନେଇ ସାମାଜିକ ଗଣ ମାଧ୍ୟମରେ ଭିନ୍ନଭିନ୍ନ ମତ ମନ୍ତବ୍ୟ ପ୍ରକାଶିତ ହେଉଥିବା ବେଳେ ଅସଲରେ ଜିଲ୍ଲାର ବିକାଶ ପାଇଁ କେଉଁ ବାବଦକୁ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ରିପୋର୍ଟ ଅନୁସାରେ ଭିତ୍ତିଭୂମିର ବିକାଶ ପାଇଁ ୨୬୨.୩୮ କୋଟି, ଜୀବନଜୀବିକାର ବିକାଶ ପାଇଁ ୧୯୭.୮୬ କୋଟି,ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ୩୪୮.୭୯ କୋଟି,ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ୧୬୧.୭୫ କୋଟି ଓ ପାନୀୟ ଜଳର ବ୍ୟବସ୍ଥା ପାଇଁ ସର୍ବାଧିକ ୧୧୭୭.୨୩ କୋଟି ଟଙ୍କା ଖର୍ଚ୍ଚ ମଞ୍ଜୁର କରାଯାଇଥିବା ଜଣାପଡିଛି।
ଡିଏମଏଫ୍ଟି ପକ୍ଷରୁ ଖର୍ଚ୍ଚ ହେଲାଣି ୨୦୫୮କୋଟି
- Post published:February 2, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul