ଧରା ହେବେ ନକଲି ଡାକ୍ତର,ଗଢା ହେବ ଟିମ୍

0

ଅନୁଗୁଳ: ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ସଂଖ୍ୟା ୧୦୩୫୫/୨୪.୪.୨୦୨୪ ଅନୁସାରେ ଖୁବ୍ ଶୀଘ୍ର ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିନେଇ ଜିଲ୍ଲାରେ ଏକ ସେଲ ଗଠନ କରାଯିବ।ଏଥିରେ ଜିଲ୍ଲାପାଳଙ୍କ ପ୍ରତିନିଧି,ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି,ସିଡିଏମଓ,ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରତିନିଧି ଏବଂ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ଜଣେ ପ୍ରତିନିଧି ରହିବେ। ଗଣମାଧ୍ୟମ,ସୋସିଆଲ ମିଡ଼ିଆ କିମ୍ବା ବ୍ୟକ୍ତିଗତ ଅଭିଯୋଗ ଆଧାରରେ ଏହି ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ।

ଏଠାରେ ସୂଚନା ଯୋଗ୍ୟ ଯେ, ଆଇନ ସେବା ପ୍ରାଧିକରଣ ପକ୍ଷରୁ ୨୦୧୯ ମସିହାରେ ନକଲି ଡାକ୍ତରଙ୍କୁ ଧରିବାପାଇଁ ମାନ୍ୟବର ହାଇକୋର୍ଟରେ ଏକ ଅଭିଯୋଗ କରାଯାଇଥିଲା। ଶେଷରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନକଲି ଡାକ୍ତରଙ୍କୁ ଧରିବା ପାଇଁ ଏବେ ଅଭିଯାନ ଆରମ୍ଭ ହେବ ।ତେବେ ଏବେ ବିଭିନ୍ନ ପ୍ରକାରର ନକଲି ଡାକ୍ତର ଦୃଷ୍ଟି ଗୋଚର ହେଉଛନ୍ତି। କୌଣସି ଶିକ୍ଷାଗତ ଯୋଗ୍ୟତା ନ ଥାଇ ଆୟୁର୍ବେଦିକ ଡାକ୍ତର ବୋଲାଇବା,ଔଷଧ ଦୋକାନରେ ସେଲସ୍ ଅଭିଜ୍ଞତାରୁ ଗାଁ ରେ ଡାକ୍ତରୀ ଚିକିତ୍ସା କରିବା, ଏମ୍ବିବିଏସ କରି ବିଶେଷଜ୍ଞ ଡାକ୍ତର ବୋଲାଇବା ଏପରିକି ସୁପର ସ୍ପେଶଲିଟି ବୋର୍ଡ ମାରିବା ଆଦି। ବିଭିନ୍ନ ପ୍ରକାର ନକଲି ଡାକ୍ତର ଏବେ ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳୁଥିବା ବେଳେ ଆନଟି କ୍ୱାକେରି ଟିମ୍ କିଭଳି ନକଲି ଡାକ୍ତରଙ୍କୁ ଧରୁଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

error: Content is protected !!