ଇକୋ ପାର୍କରେ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା ଜୋର

You are currently viewing ଇକୋ ପାର୍କରେ ଫଳକ ଭଙ୍ଗାକୁ ନେଇ ଚର୍ଚ୍ଚା ଜୋର

ଅନୁଗୁଳ: ଅନୁଗୁଳ ଇକୋ ପାର୍କ ପରିସରରେ ଗତ ପନ୍ଦର ଅଗଷ୍ଟ ସନ୍ଧ୍ୟାରେ ଏକ ମ୍ୟୁଜିକାଲ ଫାଉଣ୍ଟେନ୍‌ ଉଦ୍‌ଘାଟିତ ହୋଇଥିଲା। ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦ୍‌ଘାଟନ କରିଥିଲେ। ପୌରାଧକ୍ଷ ଅକ୍ଷୟ ସାମନ୍ତଙ୍କ ସମେତ ବହୁ ଅଧିକାରୀ ଓ କାଉନସିଲର ଉପସ୍ଥିତ ଥିଲେ। ପ୍ରାୟ ଷାଠିଏ ଲକ୍ଷ ଟଙ୍କା ବ୍ୟୟରେ ଏହି ଆକର୍ଷଣୀୟ ଉପକରଣଟି ଲଗାଯାଇଛି। କିନ୍ତୁ ସକାଳୁ ଦେଖିଲା ବେଳକୁ ଫଳକ ଟିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛି।

ପାର୍କ ମେଣ୍ଟେନାନ୍ସ୍‌ କରୁଥିବା ଠିକା ସଂସ୍ଥା ଏଥିନେଇ ଅଧିକାରୀଙ୍କୁ ଜଣାଇଥିବା ଜଣାଇଛି।ହେଲେ କିଏ କାହିଁକି ଫଳକ ଭାଙ୍ଗିଲା ସେଥିନେଇ ଆଜି ଚର୍ଚ୍ଚା ଜୋର୍‌ ଧରିଛି। ସ୍ଥାନୀୟ ଜଣେ କାଉନସିଲରଙ୍କ ନାଁ ନଥିବାରୁ କାଳେ ତାଙ୍କ ସମର୍ଥକ ମାନେ ଏଭଳି କାଣ୍ଡ କରିଥିବା ସହର ସାରା ଚର୍ଚ୍ଚା ହେଉଛି। ତେବେ ଏଥିନେଇ ପୌରାଧକ୍ଷ ଅକ୍ଷୟ ସାମନ୍ତଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲା।କିନ୍ତୁ ସେ ଫୋନ୍ ଉଠାଇ ନ ଥିଲେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଉ ଗୋଟିଏ ନିର୍ଭୁଲ ଫଳକ କାଳେ ଲେଖା ଚାଲିଛି ।

Share

Leave a Reply