ମୃତ ଶିଶୁ ନାମରେ ଭରଣ ପୋଷଣ ମାଗୁଥିଲେ ପତ୍ନୀ ଅଗ୍ରାହ୍ୟ କଲା ପରିବାର ଅଦାଲତ

You are currently viewing ମୃତ ଶିଶୁ ନାମରେ ଭରଣ ପୋଷଣ ମାଗୁଥିଲେ ପତ୍ନୀ ଅଗ୍ରାହ୍ୟ କଲା ପରିବାର ଅଦାଲତ

ଅନୁଗୁଳ: ପତି-ପତ୍ନୀ ଉଭୟ ଭରଣ ପୋଷଣ ପାଇଁ ଅଦାଲତର ଦ୍ବାରସ୍ଥ ହୋଇଥିବା ବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମାନ୍ୟବର ଅଦାଲତ।

ମିଳିଥିବା ସୂଚନା ଅନୁସାରେ ସମଲ ଅଞ୍ଚଳର ମାନସ ଶତପଥୀଙ୍କ ପତ୍ନୀ ଦ୍ରୌପଦୀ ଅଗଷ୍ଟ ୨୦୨୪ ରେ ଅଭିଯୋଗ କରିଥିଲେ କି ସେ ଶ୍ଵଶୁର ଘର ଛାଡ଼ି ଅଲଗା ରହୁଛନ୍ତି। ସେ ସ୍ୱଳ୍ପ ଦରମାରେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି।ତାଙ୍କ ପାଇଁ ତଥା ତାଙ୍କର ଦୁଇ ସନ୍ତାନ (ଜଣେ ପୁଅ ଜଣେ ଝିଅ) ପାଇଁ ତାଙ୍କ ସ୍ଵାମୀ ଭରଣ ପୋଷଣ ଦିଅନ୍ତୁ କାରଣ ତାଙ୍କର ଦରମାରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଛି।

ଏହାର ଜବାବ ରେ ସ୍ବାମୀ ମାନସ ଶତପଥୀ କୋର୍ଟକୁ କହିଥିଲେ କି ତାଙ୍କର ବିଶେଷ ରୋଜଗାର ନାହିଁ।ଅନ୍ୟର ଗାଈ ଚରେଇ ସେ ଅଳ୍ପକିଛି ରୋଜଗାର କରନ୍ତି। ଅନ୍ୟ ପକ୍ଷରେ ତାଙ୍କ ଦୁଇ ସନ୍ତାନ ମଧ୍ୟରୁ ଶିଶୁ କନ୍ୟା (୯ ବର୍ଷ)ର ମୃତ୍ୟୁ ହୋଇ ସାରିଛି ତେଣୁ ତା ନାଁରେ ଭରଣ ପୋଷଣ ମାଗିବା ଅନୁଚିତ୍।ପରିବାର ଅଦାଲତ ଉଭୟଙ୍କ ଯୁକ୍ତି, ସାକ୍ଷ୍ୟ ପ୍ରମାଣ ଗ୍ରହଣ କଲାପରେ ରାୟ ଦେଇଥିଲେ କି ମାନସ ଙ୍କ ପତ୍ନୀ ନିଜ ଭରଣପୋଷଣ ପାଇଁ ସକ୍ଷମ ,ସେ ଦାବି କରିଥିବା ଦୁଇ ସନ୍ତାନ ଙ୍କ ପାଇଁ ଭରଣ ପୋଷଣ ପଛର ଯୁକ୍ତିରେ ତ୍ରୁଟି ରହିଛି କାରଣ ତଥ୍ୟ ଅନୁସାରେ ପୂର୍ବରୁ ଝିଅର ମୃତ୍ୟୁ ହୋଇ ସାରିଛି।

ଅନ୍ୟ ପକ୍ଷରେ ପରିବାର ଅଦାଲତ ର ମାନ୍ୟବର ଜଜ୍ ପ୍ରବୀର କୁମାର ଚୌଧୁରୀ ଉଭୟଙ୍କ ଭରଣ ପୋଷଣ ଯୁକ୍ତିକୁ ଅଗ୍ରାହ୍ୟ କରିବା ସହ ମାନସଙ୍କୁ କେବଳ ପୁଅର ଭରଣ ପୋଷଣ,ଶିକ୍ଷା ଖର୍ଚ୍ଚ ବାବଦକୁ ମାସକୁ ଚାରି ହଜାର ଟଙ୍କା ଏବଂ ମକଦ୍ଦମା ଖର୍ଚ୍ଚ ୧୫ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାନସଙ୍କ ପକ୍ଷରୁ ଆଇନଜୀବୀ ଯଶୋବନ୍ତ ନାରାୟଣ ପାଠି ମକଦ୍ଦମା ପରିଚାଳନା କରୁଥିଲେ।

Share

Leave a Reply