ଜମି ବିକ୍ରିକୁ ନେଇ ବିବାଦ, ପୁତୁରାକୁ ହାଣିଲେ ବଡ଼ ବାପାଙ୍କ ପରିବାର ଲୋକ

You are currently viewing ଜମି ବିକ୍ରିକୁ ନେଇ ବିବାଦ, ପୁତୁରାକୁ ହାଣିଲେ ବଡ଼ ବାପାଙ୍କ ପରିବାର ଲୋକ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଧୀନ ଜରାସିଂହାରେ ଜମି ଜମା ବିବାଦକୁ କେନ୍ଦ୍ର କରି ପୁଣି ପରିବାର ଭିତରେ ବିବାଦ ହୋଇ ହଣାହଣି ହୋଇଛି। ଜମି ବିକ୍ରିକୁ ନେଇ ବଡ଼ ବାପା, ବଡ଼ ମା ଓ ତାଙ୍କ ପୁଅ ମିଶି ପୁତୁରାକୁ ଟାଙ୍ଗିଆରେ ହାଣିଥିବା ନେଇ ପୀଡ଼ିତଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଜରାସିଂହାର ବୁଲୁ ଓ ତାଙ୍କ ମା ଦମୟନ୍ତୀ ଏକ ଜମି ବିକ୍ରି କରିଥିଲେ। ଏହି କାରଣରୁ ଦମୟନ୍ତୀଙ୍କ ଦେଢଶୁର ତଥା ବୁଲୁଙ୍କ ବଡ ବାପା ଶତ୍ରୁଘ୍ନ ସ୍ୱାଇଁ, ବଡ ମା ସଂଯୁକ୍ତା ସ୍ୱାଇଁ ଓ ତାଙ୍କ ପୁଅ ସନ୍ତୁ ମିଶି ଗୁରୁବାର ବିଳମ୍ବିତ ରାତିରେ ବୁଲୁକୁ ଟାଙ୍ଗିଆରେ ହାଣିଥିଲେ। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ଏ ନେଇ ଗୁରୁତର ବୁଲୁଙ୍କ ମା ଦମୟନ୍ତୀ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Share

Leave a Reply