ଅନୁଗୁଳ: ଅନୁଗୁଳ ଜିଲ୍ଲାକିଶୋରନଗର ବ୍ଳକ ସୋଲଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରବିବାର ହଣ୍ଡପା ସର୍କଲ୍ର ଅବସର ନେଇଥିବା ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଏହି ସଭାରେ ହରିହର ସାହୁ ସଭାପତିତ୍ୱ କରିଥିଲେ । ଭବାନୀ ଶଙ୍କର ପ୍ରଧାନ, ଭୈରବ କୁମାର ଦେହୁରୀ, ବସନ୍ତ କୁମାର ପ୍ରଧାନ, ପ୍ରତାପ କୁମାର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ କର୍ତବ୍ୟନିଷ୍ଠା, ସମୟାନୁବର୍ତିତା, ଛାତ୍ରବତ୍ସଳତା ଆଦି ଗୁଣାବଳି ଉପରେ ଆଲୋକପାତ କରିବା ସହ ସେମାନଙ୍କର ଅବସରକାଳୀନ ଦୀର୍ଘ, ନିରାମୟ ଜୀବନ କାମନା କରିଥିଲେ। ଅବସର ନେଇଥିବା ଶିକ୍ଷକ ନବ କୁମାର ସାହୁ, ପଦ୍ମନାଭ ପ୍ରଧାନ, କୈଳାସ ଚନ୍ଦ୍ର ମାଝୀ, ଗଣପତି ୱାଇଁ, ଶିକ୍ଷୟିତ୍ରୀ ସୁକାନ୍ତି ସାହୁ, ସୁକାନ୍ତି ପ୍ରଧାନ, ସୁନନ୍ଦ ସାହୁ, ସବିତା ମହାପାତ୍ର, ନଳିନୀ ପ୍ରଭା ପ୍ରଧାନ, ତରୁଲତା ପ୍ରଧାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
୧୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା
- Post published:September 8, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
