ଲିଟିଲ୍ ହାର୍ଟସ୍ ଟଡଲରସ୍ ଏକାଡେମୀରେ ଫେଶନ ସୋ

0

ଅନୁଗୁଳ: ଶନିବାର ପୂର୍ବାହ୍ନରେ ସ୍ଥାନୀୟ ସଭାଘରେ ଲିଟିଲ୍ ହାର୍ଟସ୍ ଟଡଲରସ ଏକାଡେମୀ ପକ୍ଷରୁ ଏକ ଫେସନ୍ ସୋ ଆୟୋଜିତ ହୋଇଯାଇଛି। ଏହି ସୋ ରେ ଜୁନିଅର କେଜି ଓ ସିନିୟର୍ କେଜିର ପଚାଶରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବେଶଭୂଷା,ମଞ୍ଚରେ ନିଜର ଉପସ୍ଥାପନା,କ୍ୟାଟ ୱାକ ଓ ସାଧାରଣ ଜ୍ଞାନ ତଥା ବୁଦ୍ଧିମତାକୁ ଭିତ୍ତି କରି ଫଳାଫଳ ଘୋଷଣା କରାଯାଇଥିଲା। ପ୍ରତ୍ୟୁଷା ଅମାନ୍ତ,ଇତିଶ୍ରୀ ଝାଝେରିଆ,ରୂପାଲି ସିହ୍ନା ଓ ସୁପ୍ରିୟା ପଣ୍ଡା ବିଚାରକ ତଥା ଅତିଥି ଭାବେ ଯୋଗ ଦେଇ ବିଜୟୀ ଓ ବିଜୟିନୀଙ୍କୁ ପୁରସ୍କୃତ କରିଥିଲେ।

ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ଥିଲା କୁନି ଶିଶୁ ମାନେ ନିଜ ଜେଜେ ବାପା କିମ୍ବା ଜେଜେମାଙ୍କ ସହ ମଞ୍ଚରେ ଚାଲିଥିଲେ। ରୁହାନି ରୋଷ୍ଣା ସାହୁଙ୍କୁ ମିସ ଲିଟିଲ୍ ହାର୍ଟ ଓ ତନ୍ମୟ ସାମନ୍ତଙ୍କୁ ମାଷ୍ଟର ଲିଟିଲ୍ ହାର୍ଟ ଉପାଧି ମିଳିଥିଲା। ଆୟାଂଶ କର ଓ ପିନାଲ ପରୀମିତା ପ୍ରଧାନଙ୍କୁ ପ୍ରଥମ ରନର ଅପ୍, ଶିବାଂଶ ପାଇକରାୟ ଓ ରାଜଲକ୍ଷ୍ମୀ ବାରିକଙ୍କୁ ଦ୍ଵିତୀୟ ରନର ଅପ୍ ଓ ମିହିଥ ଅଗ୍ରୱାଲ ଏବଂ ଅନୁଷ୍କା ବେହେରାଙ୍କୁ ତୃତୀୟ ରନର ଅପ୍ ପୁରସ୍କାର ମିଳିଥିଲା। ସମାରୋହରେ ଶତାଧିକ ଅଭିଭାବକ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଜୁନିଅର ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି ଗୋହିଲ୍ ଙ୍କ ତତ୍ତ୍ଵାବଧାନରେ ଫେସନ ସୋ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!