ଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର, ମୁଣ୍ଡରେ ପଡ଼ିଛି ୫ଟି ଷ୍ଟିଚ୍

You are currently viewing ଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର, ମୁଣ୍ଡରେ ପଡ଼ିଛି ୫ଟି ଷ୍ଟିଚ୍

ଅନୁଗୁଳ: ଦଶମ ଶ୍ରେଣୀ ଛାତ୍ର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର। ପୂର୍ବ ଶତ୍ରୁତାକୁ ନେଇ ଅନୁଗୁଳର ଏହି ପୁରାତନ ସରକାରୀ ସ୍କୁଲର ଜଣେ ଛାତ୍ର ଆଉ ଜଣଙ୍କୁ ଛୁରୀରେ ଆକ୍ରମଣ କରିଛି। ଫଳରେ ସେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି। ତାଙ୍କ ମୁଣ୍ଡରେ ୫ଟି ଷ୍ଟିଚ ପଡ଼ିଛି। ଏ ନେଇ ଆହତ ଛାତ୍ରର ବାପା ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି।

ସୋମବାର ଅପରାହ୍ନରେ ସ୍କୁଲର ଛୁଟି ହେବା ବେଳେ ଅନୁଗୁଳର ଏହି  ପୁରାତନ ସରକାରୀ ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରକୁ ସେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଏକ ଧାରୁଆ ଛୁରୀରେ ମୁଣ୍ଡକୁ ଜୋରରେ ଆକ୍ରମଣ କରିଥିଲା। ନବମ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ବିଦ୍ୟାଳୟର ଶିକ୍ଷକମାନେ ତାକୁ ତୁରନ୍ତ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆହତ ଛାତ୍ରର ବାପା ନିଜ ପୁଅ ଠାରୁ ସବୁ ଶୁଣି ଆକ୍ରମଣ କରିଥିବା ଦଶମ ଶ୍ରେଣୀ ଛାତ୍ରଙ୍କ ନାମରେ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ପୂର୍ବରୁ ସାଇକେଲ ରଖିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଣୁ ତାହାର ଫଳ ସ୍ୱରୂପ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ତେବେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Share

Leave a Reply